ବିରଳ ରୋଗ ଡର୍ମାଟୋମାୟୋସାଇଟିସ୍

ଡର୍ମାଟୋମାୟୋସାଇଟିସ ରୋଗ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକୁ ହୋଇଥାଏ।

ପଢନ୍ତୁ ରୋଗର କାରଣ ଓ ନିରାକରଣ

ଡର୍ମାଟୋମାୟୋସାଇଟିସ୍ ଏପରି ଏକ ବିରଳ ରୋଗ ଯେଉଁଥିରେ ରୋଗୀର ମୃତ୍ୟୁ ବି ହୋଇପାରେ। ନିକଟରେ ବଲିଉଡ ଅଭିନେତ୍ରୀ ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ହେବା ପରେ ଏହି ରୋଗ ଅଧିକ ମାତ୍ରାରେ ଲୋକଲୋଚନକୁ ଆସି ପାରିଛି। ଡର୍ମାଟୋମାୟୋସାଇଟିସ ବହୁତ ବିରଳ ଅଟେ। ପ୍ରତିବର୍ଷ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

ଡର୍ମାଟୋମାୟୋସାଇଟିସ୍ ରୋଗରେ ରୋଗୀର ତ୍ୱଚାରେ ଦାଗ ସୃଷ୍ଟି କରିବା ସହ ମାଂସପେଶୀକୁ ଦୁର୍ବଳ କରିଦିଏ। ଏହା ଗମ୍ଭୀର ଲକ୍ଷଣ ମଧ୍ୟ ସୃଷ୍ଟି କରେ ଯାହା ଦ୍ୱାରା ରୋଗୀକୁ ନିଶ୍ୱାସ ନେବାରେ ଏବଂ ଖାଦ୍ୟକୁ ଗିଳିବାରେ କଷ୍ଟ ହୋଇଥାଏ।

ଯଦି କେହି ଡର୍ମାଟୋମାୟୋସାଇଟିସର କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏହି ରୋଗ ରକ୍ତ ପରୀକ୍ଷା, ଏମଆରଆଇ ଏବଂ ଛାତିରେ ଏକ୍ସ-ରେ କରିବା ଦ୍ୱାରା ଜଣା ପଡିଥାଏ। କେତେକ କ୍ଷେତ୍ରରେ ଲକ୍ଷଣ ଶୀଘ୍ର ଜଣା ପଡିନଥାଏ। କିନ୍ତୁ ଯେତେ ଶୀଘ୍ର ଏହି ରୋଗକୁ ଚିହ୍ନଟ କରିବା ଆବଶ୍ୟକ। ନହେଲେ ଏହି ରୋଗ ଅତ୍ୟନ୍ତ ମାରାତ୍ମକ ହୋଇପାରେ।

ଏହା ଦ୍ୱାରା କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଇଥାଏ। ଡର୍ମାଟୋମାୟୋସାଇଟିସରେ ପୀଡ଼ିତ ପ୍ରାୟ ୧୫% ଲୋକ ଜୀବନର ପରବର୍ତ୍ତୀ ସମୟରେ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି। ଓଭାରିୟାନ କ୍ୟାନସର, ଫୁସଫୁସ କ୍ୟାନସର, ଲିମ୍ଫୋମା, ସ୍ତନ କର୍କଟ ଏବଂ କଲୋନ କ୍ୟାନସର। ତେଣୁ ଏହି ରୋଗକୁ ଚିହ୍ନଟ କରି ଯେତେ ଶୀଘ୍ର ଚିକିତ୍ସା ଆରମ୍ଭ କରିବେ, ଆପଣ ଗୁରୁତର ଜଟିଳତାକୁ ଏଡାଇବାର ସମ୍ଭାବନା ଅଧିକ ।

ଡର୍ମାଟୋମାୟୋସାଇଟିସ୍ ରୋଗରେ ଯେ କୌଣସି ବ୍ୟକ୍ତି ପୀଡିତ ହୋଇ ପାରନ୍ତି କିନ୍ତୁ, ୫ରୁ ୧୫ ବର୍ଷର ପିଲା, ୪୦ରୁ ୬୦ ବର୍ଷ ବୟସ୍କ ବେଶୀ ମାତ୍ରାରେ ପ୍ରଭାବିତ ହୁଅନ୍ତି। ଡର୍ମାଟୋମାୟୋସାଇଟିସ୍ ଆପଣଙ୍କ ଶରୀରକୁ ସାରା ଜୀବନ ପ୍ରଭାବିତ କରିପାରେ।

ଡର୍ମାଟୋମାୟୋସାଇଟିସ୍ ରୋଗ ଜେନେଟିକ୍ କାରଣ, ଅଟୋଇମ୍ୟୁନ ସମସ୍ୟା, ଭୂତାଣୁ ସଂକ୍ରମଣ ଏବଂ ପରିବେଶ ଜନିତ କାରଣରୁ ମଧ୍ୟ ହୋଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକ ପ୍ରଦୂଷଣ କିମ୍ବା କମ୍ ବାୟୁ ଗୁଣବତ୍ତା ଥିବା ଅଞ୍ଚଳରେ ରହିବା ଦ୍ୱାରା ଆପଣଙ୍କୁ ଡର୍ମାଟୋମାୟୋସାଇଟିସ୍ ହେବାର ସମ୍ଭାବନା ଅଧିକ ଥାଏ।

ଡର୍ମାଟୋମାୟୋସାଇଟିସ୍ ହେଲେ ନିୟମିତ ଷ୍ଟେରଏଡ ନେବାକୁ ହେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମେଡିସିନ ଖାଇବେ। ଏହା ସହ ଫିଜିଓଥେରାପି ଏବଂ ସ୍ପିଚ୍ ଥେରାପି କରିବେ, ଯାହା ଦ୍ୱାରା ମାଂସପେଶୀ ମଜବୁତ ହେବା ସହିତ ଖାଦ୍ୟକୁ ଗିଳିବାରେ ସାହାଯ୍ୟ କରିଥାଏ ।