ମେୟରଙ୍କ ମିଟିଂ ଭତ୍ତା ୫୦,୦୦୦

ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ମିଟିଂ ଭତ୍ତା ବଢ଼ିବ ବୋଲି ଆଜି କର୍ପୋରେସନ ବୈଠକରେ ନିଷ୍ପତ୍ତି ହୋଇଛି।

ବିଏମସି ଭରଣ କରିବ ଭତ୍ତା ଟଙ୍କା

ଭୁବନେଶ୍ବର, ୨୩/୦୨/୨୦୨୪: ବଢ଼ିଲା ବିଏମସି କର୍ପୋରେଟରଙ୍କ ମିଟିଙ୍ଗ ଭତ୍ତା। ଆଜି ଅନୁଷ୍ଠିତ ହୋଇଥିବା କର୍ପୋରେସନ ବୈଠକରେ ବିଏମସି ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ମିଟିଂ ଭତ୍ତା ବୃଦ୍ଧି କରିବା ସହ ସମସ୍ତ ଭତ୍ତା ବିଏମସି ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି।

ମିଳିଥିବା ସୂଚନା ମୁତାବକ, କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ। ସେହିଭଳି କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା। ଏ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।