ଅଧସ୍ତନ କର୍ମଚାରୀଙ୍କୁ ତଣ୍ଟିଆ ମାରିଲେ ଉଦ୍ୟାନ କୃଷି ଅଧିକାରୀ

ଅସ୍ତରଙ୍ଗ ବ୍ଲକର ଏକ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ସହକାରୀ ଉଦ୍ୟାନ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ ତଣ୍ଟିଆ ମାରିଛନ୍ତି ଉଦ୍ୟାନ କୃଷି ଅଧିକାରୀ।

ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ

ଅସ୍ତରଙ୍ଗ, ୨୩/୨/୨୪(ଦର୍ଶନ ନ୍ୟୁଜ): ଅସ୍ତରଙ୍ଗ ବ୍ଲକର ଏକ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ସହକାରୀ ଉଦ୍ୟାନ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ ତଣ୍ଟିଆ ମାରି କାର୍ଯ୍ୟାଳୟ ବାହାରକୁ ବାହାର କରିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏବେ ଚର୍ଚ୍ଚାରେ ଏହି ଉଦ୍ୟନକୃଷି ବିଭାଗର ଏହି ସରକାରୀ ବାବୁ।

ଏଭଳି ଏକ ଅଭାବନୀୟ ଘଟଣା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର। ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜଣେ ସହକାରୀ ଉଦ୍ୟାନ ଅଧିକାରୀଙ୍କ ଏପରି ତଣ୍ଟିଆ ମାରି କାର୍ଯ୍ୟାଳୟ ବାହାରକୁ ବାହାର କରିବା ଘଟଣା ଅସ୍ତରଙ୍ଗ ଅଂଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ସୂଚନା ଅନୁସାରେ ଅସ୍ତରଙ୍ଗ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଯୁଗଳ କିଶୋର ବାର୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସୁଧାଂଶୁ ଶେଖର ଭୋଳଙ୍କୁ ଏନ ଆର ଜି ସି ମଷ୍ଟର ରୋଲ ତିଆରି କରିବା ଦାୟିତ୍ୱ ଦେଇଥିବା ବେଳେ ଜିଓ ଟ୍ୟାଗ ପାଇଁ ଅନ୍ୟ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଉତ୍ୟକ୍ତ ଉଦ୍ୟାନ ଅଧିକାରୀ ଉତକ୍ଷିପ୍ତ ହୋଇ ସୁଧାଂଶୁଙ୍କୁ ତଣ୍ଟିଆ ମାରି କାର୍ଯ୍ୟାଳୟ ବାହାରକୁ ବାହାର କରିଦେଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଅସ୍ତରଙ୍ଗ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ ଆଜି ପୁରୀ ଅତିତିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ପତି ଘଟଣାର ତଦନ୍ତ କରିଛନ୍ତି।