ବିବାଦୀୟ ବୟାନକୁ ନେଇ କାର୍ଯ୍ୟାନୁଷ୍ଠାନ

ବିଏମସିର ନୂତନ କମିଶନର ଭାବେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ମିଳିଛି।

ବିଏମସି କମିଶନର ପଦରୁ ବିଦା ହେଲେ କୁଲାଙ୍ଗେ

ଭୁବନେଶ୍ବର,୨୪/୦୨/୨୦୨୪: ଭୁବନେଶ୍ବର ମହାନଗର ନିଗମକୁ ମିଳିଲେ ନୂତନ କମିଶନର। ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ନୂତନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର କର୍ପୋରେଟର, ଡେପୁଟି ମେୟର ଓ ମେୟରଙ୍କ ପାରିଶ୍ରମିକ ସଂକ୍ରାନ୍ତରେ ବିଏମସିର ସଂକଳ୍ପକୁ କୁଲାଙ୍ଗେ ଦେଇଥିବା ବୟାନକୁ ନେଇ ବିବାଦ ଉପୁଜିବା ପରେ କୁଲାଙ୍ଗେଙ୍କୁ ବହିଷ୍କାର କରାଯାଇଥିବା ଜଣାପଡିଛି। ପାରିଶ୍ରମିକ ବାବଦରେ ବିଏମସିର ସରକାରଙ୍କ ନିକଟରେ ପ୍ରସ୍ତାବ ଥିବା ବେଳେ କମିସନରଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଥିଲା। ପରେ ବିଏମସି ପକ୍ଷରୁ ଏହି ବୟାନ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ଆଜି ହଠାତ୍ ବିଏମସିର ନୂତନ କମିଶନର ଭାବେ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ମିଳିଛି।