ମିଟିଂ ଭତ୍ତା ବୃଦ୍ଧି ବୟାନ ନଥିଲା, ପ୍ରସ୍ତାବ ଥିଲା!

ବିଏମସି କର୍ପୋରେସନ ବୈଠକରେ ବିଏମସି କମିଶନରଙ୍କ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛି।

ବିଏମସି ପକ୍ଷରୁ ସ୍ପଷ୍ଟୀକରଣ

ଭୁବନେଶ୍ବର, ୨୩/୦୨/୨୦୨୪: ଆଜି ବିଏମସିର କର୍ପୋରେସନ ବୈଠକରେ କର୍ପୋରେଟର, ମେୟର ଓ ଡେପୁଟି ମେୟର କର୍ପୋରେଟର, ଡେପୁଟି ମେୟର ଓ ମେୟରଙ୍କ ମିଟିଂ ଭତ୍ତା ବୃଦ୍ଧି ସଂକ୍ରାନ୍ତରେ ନିଗମର ସଂକଳ୍ପ ସମ୍ପର୍କରେ ଆଜି ବିଏମସି କମିଶନରଙ୍କ ବୟାନରେ ତଥ୍ୟଗତ ତ୍ରୁଟି ରହିଛି ବୋଲି ବିଏମସି ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। ସ୍ପଷ୍ଟୀକରଣରେ କୁହାଯାଇଛି ଏହା ବିଏମସିର ଏକ ପ୍ରସ୍ତାବ ଥିଲା, ଯାହା ସରକାରଙ୍କ ଅନୁମୋଦନ ସାପେକ୍ଷ। ଆମେ ବିଏମସି କମିଶନରଙ୍କ ସେହି ବୟାନକୁ ପ୍ରତ୍ୟାହାର କରୁଛୁ ବୋଲି ବିଏମସି ସ୍ପଷ୍ଟ କରିଛି।