ଏନଏସି ତାଲିକାରୁ ବାଦ ପଡିବାରୁ ବିକ୍ଷୋଭ

ନୂଆ ଏନଏସି ତାଲିକାରୁ କିଛି ଅଞ୍ଚଳକୁ ବାଦ୍ ଦିଆଯାଇଥିବାରୁ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଲୋଇସିଂହା ୧୨ ଘଣ୍ଟା ବନ୍ଦ

ଭୁବନେଶ୍ବର, ୨୫/୦୨/୨୦୨୪: ଓଡ଼ିଶାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ଗୋଟିଏ ଦିନ ପରେ ନୂଆ ଏନଏସି ତାଲିକାରୁ କିଛି ଅଞ୍ଚଳକୁ ବାଦ୍ ଦିଆଯାଇଥିବାରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ ହୋଇଛି।

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳରେ ଏନ୍ଏସି ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ରବିବାର ୧୨ ଘଣ୍ଟା ଧରି ବନ୍ଦ ପାଳନ କରାଯାଇଛି। ବନ୍ଦକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି।

ସେହିପରି ବୌଦ୍ଧର ପୁରୁଣାକଟକରେ ମଧ୍ୟ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଥିଲା। ପୁରୁଣାକଟକଙ୍କୁ ଏନଏସି ମାନ୍ୟତା ନ ମିଳିଲେ ଆଗାମୀ ନିର୍ବାଚନ ବର୍ଜନ କରାଯିବ ବୋଲି ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।