ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ

ଆସନ୍ତା ଫେବୃଆରୀ ୨୮ ତାରିଖରେ ବିଲ୍ ଗେଟ୍ସ ଓଡ଼ିଶା ଆସି ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ।

କୃଷି ଭବନ ପରିଦର୍ଶନ କରିବେ ବିଲ୍ ଗେଟ୍ସ

ଭୁବନେଶ୍ବର, ୨୬/୦୨/୨୦୨୪: ଓଡ଼ିଶା ଆସିବେ ବିଲ୍ ଗେଟ୍ସ। ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ।

୨୦୧୭ ଏପ୍ରିଲ ମାସରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କୃଷି କ୍ଷେତ୍ରରେ ସହଯୋଗ ଏବଂ କ୍ଷୁଦ୍ର କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ବିଲ୍ ଗେଟ୍ସଙ୍କ ଏହି ଓଡ଼ିଶା ଗସ୍ତରେ ସେ ଏହାକୁ ଆଧାର କରି କୃଷି ଓ କୃଷକ ସଶକ୍ତୀକରଣ ପାଇଁ କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଡିଜିଟାଲ ଭିତ୍ତିଭୂମି ଓ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଓଡ଼ିଶା କିପରି କୃଷକ ଓ କୃଷି କୌଶଳର ବିକାଶ କରୁଛି ସେ ବିଷୟରେ ବିଲ୍ ଗେଟ୍ସ ଅନୁଧ୍ୟାନ କରିବେ।