କଂଗ୍ରେସରେ ମିଶିଲେ ସୁଦର୍ଶନ ଜେନା

ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ଯୋଗ ଦେଇଛନ୍ତି।

ବିଜେଡିରୁ ଇସ୍ତଫା ଦେବାର ୩ ଦିନରେ ଧରିଲେ ହାତ

ଭୁବନେଶ୍ବର, ୧୧/୦୩/୨୦୨୪: ବିଜେଡ଼ି ଛାଡିବାର ୩ ଦିନ ପରେ ଆଜି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ଯୋଗ ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସୁଦର୍ଶନ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ବିଜେଡି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁଦର୍ଶନ। ସେ ୫୫,୮୪୭ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ୨୦୧୪ରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କଠାରୁ ୧୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନରେ ସୁଦର୍ଶନ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ଦଳରେ ତାଙ୍କୁ ଅଣଦେଖା ଓ ଅପମାନିତ କରାଯାଇଥିବା ଦର୍ଶାଇ ସୁଦର୍ଶନ ଗତ ୮ ତାରିଖରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ।