ଦେଶରେ ଲାଗୁ ହେଲା ସିଏଏ ଆଇନ

ଦେଶରେ ଆଜିଠୁ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ମିଳିବ ନାଗରିକତା

ନୂଆଦିଲ୍ଲୀ, ୧୧/୦୩/୨୦୨୪: ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ଆଇନ ଦ୍ୱାରା ୩ଟି ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ନାଗରିକତା ମିଳିବ। ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଓ ପାର୍ସୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ସହଜ ହେବ।

ମନ୍ତ୍ରଣାଳୟର ମୁଖପାତ୍ର ଏକ୍ସରେ ଲେଖିଛନ୍ତି ଯେ ନାଗରିକତା ପାଇଁ ଆବେଦନ ସମ୍ପୂର୍ଣ୍ଣ ଅନଲାଇନ୍ ମୋଡରେ ହେବ। ସିଏଏ-୨୦୧୯ ଅଧୀନରେ ଯୋଗ୍ୟ ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲମାନ ପ୍ରବାସୀଙ୍କୁ ନାଗରିକତା ଦେବା ଏହି ଆଇନର ଲକ୍ଷ୍ୟ।