ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କୋରାପୁଟ ଗସ୍ତ କରିବେ।

୪ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ

ଭୁବନେଶ୍ବର, ୨୧/୦୩/୨୦୨୪: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ଧଳ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ଓ ଡିଆଇଜି- ସୁନାବେଡା, ଆରକ୍ଷୀ ଅଧିକ୍ଷକ ଏବଂ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବେ। ଆଇନଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ସେହିପରି ୨୩ ତାରିଖ ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ।