ବିଜେଡି଼ରେ ମିଶିଲେ ଇରାନୀ ରାୟ

ଆଜି ବିଧିବଦ୍ଧ ଭାବେ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ବର, ୨୪/୦୩/୨୦୨୪: ବିଜେଡିରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଇରାନୀ ରାୟ। ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି। ଶହ ଶହ ସମର୍ଥକଙ୍କ ସହ ଆଜି ବିଜେଡିରେ ମିଶିଛନ୍ତି।

ବିଜେଡିରେ ଯୋଗ ଦେବା ପରେ ଇରାନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ବିଜେଡିର ବିଶିଷ୍ଟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପିରେ ଥିବା ବେଳେ ତାଙ୍କ ପ୍ରତି ଅବିଚାର ହୋଇଥିବା ସେ କହିଛନ୍ତି। ନିକଟରେ ଇରାନୀ ବିଜେପିରୁ ଇସ୍ତଫା ଦେଇଥିଲେ।