ଘସିପୁରାରେ ଅନୁଷ୍ଠିତ କୃଷକ ପଞ୍ଚାୟତ

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀରେ କୃଷକ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି।

କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା

କେନ୍ଦୁଝର, ୨୪/୦୩/୨୦୨୪: କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଳ ହାଟପଡିଆଠାରେ ଆଜି ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ କୃଷକ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ବିଜେପି ବୃଦ୍ଧିଜିବୀ ପ୍ରକୋଷ୍ଠ କେନ୍ଦୁଝର ଜିଲ୍ଲା ସଂଯୋଜକ ଶ୍ରୀ ଶମ୍ଭୁନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷ ଶାସନ କାଳରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି। ଏହାର ଲାଭ ସାରା ଦେଶର ସମସ୍ତ ଚାଷୀ ପାଉଥିବା ବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି, କାରଣ ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଧରି ଚାଷୀ ବିରୋଧୀ ଓ ଚାଷୀ ହତ୍ଯାକାରୀ ନବୀନ ପଟ୍ଟନାୟକ ଶାସନ ଥିବାରୁ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା, ବିନା ସୁଧରେ କୃଷି ରୂଣ, ୟୁରିଆ ନିମ୍ କୋଟିଂ, କୃଷି ଯନ୍ତ୍ରପାତି ରେ ବ୍ୟାପକ ରିହାତି, ଗୋକୁଲ ମିଶନ, ମାଛ ଚାଷ ଯୋଜନା, ଶୀତଳ ଭଣ୍ଡାର ଯୋଜନା, କୃଷକ ଉତ୍ପାଦକ ସଂଘ, କୃଷି ଭିତ୍ତିକ ଶିଲ୍ପ ପାଇଁ ବ୍ୟାପକ ରିହାତି, କୃଷି ବଜାର ପାଇଁ ବ୍ୟାପକ ବ୍ୟବସ୍ଥା, ଚାଷୀ ତାର ଫସଲକୁ ରପ୍ତାନୀ କରିବା ପାଇଁ ଉଡାଜାହାଜ ଓ ଟ୍ରେନ ପର୍ଯ୍ୟାପ୍ତ ସୁବିଧା ପ୍ରଭୃତି ବ୍ୟାପକ ବ୍ୟବସ୍ଥା ମୋଦୀ ସରକାର କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।

ଓଡିଶାରେ ଦୀର୍ଘ ୨୫ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ସରକାରଙ୍କ ଚାଷୀ ବିରେଧୀ ମନୋଭାବ କାରଣ ରୁ ଚାଷୀ ତଳିତଳାନ୍ତ ହେଇ ଆତ୍ମହତ୍ୟା କରୁଛନ୍ତି। ନବୀନ ପଟ୍ଟନାୟକ ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଗୁଣ୍ଡାରାଜ ଓ ଆଇନଶୃଙ୍ଖଳା ପରିସ୍ଥିତି ଆଜି ଚରମ ସୀମାରେ ପହଞ୍ଚିଥିବା ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି କୁ ଭେଟ ଦେଇ ଓଡିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀ ମହେଶ୍ଵର ସାହୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ଘସିପୁରା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ଡକ୍ଟର ଶମ୍ଭୁନାଥ ରାଉତ, ଘସିପୁରା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରଭାରୀ ଶ୍ରୀ ସୁବ୍ରତ କୁମାର ମହାନ୍ତି, ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ପ୍ରଭାରୀ ଶ୍ରୀ ଶକଂର୍ଶଣ ଜେନା, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ସିଂ ଓ ଯୁଧିଷ୍ଠିର ମଲ୍ଲିକ, ପ୍ରଣବ କୁମାର ପୁହାଣ, ବାଇଧର ଚିନରା, ପ୍ରାଣବନ୍ଧୁ ସାହୁ, ମାନସ ଆଚାର୍ଯ୍ୟ, ତପନ କୁମାର ଧୀର ପ୍ରମୁଖଙ୍କ ୫ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା।