ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଅନୁଷ୍ଠିତ

ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ହୋଲି ଅଭିରରେ ପୂରି ଗଲା ପରିବେଶ

ପୁରୀ, ୨୫/୦୩/୨୦୨୪: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ହୋଲି ଅଭିରରେ ନୃତ୍ୟ ସେବା କରିଛନ୍ତି ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟର ବରିଷ୍ଠ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀ। ଦୋଳଗୋବିନ୍ଦ ବିମାନରେ ବସି ଶ୍ରୀମନ୍ଦିରର ଭିତର ବେଢ଼ାରେ ସାତଥର ପରିକ୍ରମା କଲାବେଳେ ଭକ୍ତମାନଙ୍କ ଶଙ୍ଖ, ହୁଳହୁଳି ଓ ସାତରଙ୍ଗ ଅଭିରର ଖେଳ ଖୁବ୍ ମନୋରମ ଥିଲା। ମନେହେଉଥିଲା ଯେପରି ଚାରିଦିଗରୁ ବିଭିନ୍ନ ରଙ୍ଗର ପବନ ବହୁଥିଲା।