ପଦ୍ମରେ ମିଶିଲେ ପୂର୍ଣ୍ଣଚନ୍ଦ୍ର

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।

କାଲି ବିଜେଡି ଛାଡିଥିଲେ

ଭୁବନେଶ୍ବର, ୨୬/୦୩/୨୦୨୪: ବିଜେପିରେ ମିଶିଲେ ପୂର୍ଣ୍ଣଚନ୍ଦ୍ର ସେଠୀ। ଶାସକ ବିଜୁ ଜନତା ଦଳରୁ ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି ପୂର୍ଣ୍ଣଚନ୍ଦ୍ର।

ସେଠୀ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଟି ନିର୍ବାଚନ ଜିତିଥିଲେ। ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା। ବିଜେପିକୁ ଗଣତାନ୍ତ୍ରିକ ନୀତିର ଦଳ ବୋଲି ବର୍ଣ୍ଣନା କରି ସେଠୀ କହିଛନ୍ତି ଯେ, ବିଜେଡିରେ ସେ ଅଣନିଶ୍ୱାସ ଅନୁଭବ କରୁଥିଲେ କାରଣ ଦଳର ସୁପ୍ରିମୋଙ୍କୁ ଭେଟିବା ପାଇଁ ଲୋକଙ୍କୁ, ଏପରିକି ନିର୍ବାଚିତ ପ୍ରତିନିଧିମାନଙ୍କୁ ମଧ୍ୟ ମାସ ମାସ ଅପେକ୍ଷା କରିବାକୁ ପଡୁଛି। ବିଜେଡିରେ ତାଙ୍କ ପ୍ରତି ଅବିଚାର ହୋଇଥିବା ସେ ଅଭିଯୋଗ କରିଥିଲେ।