ବୁଧବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ବୁଧବାର ବନକଲାଗି ନୀତି ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

ବନକଲାଗି ନୀତି: ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ

ଭୁବନେଶ୍ବର, ୨୬/୦୩/୨୦୨୪: ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ରୀତିନୀତି ପାଇଁ ବନକଳାଗୀ ନୀତି ୪ ଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଦ୍ୱିତୀୟ ଭୋଗମଣ୍ଡପ ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦେବଦେବୀଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

ପ୍ରତି ବୁଧବାର କିମ୍ବା ଗୁରୁବାର ଦିନ ବନକ ଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହୋଇଥାଏ। ତିନି ଦତ୍ତମହାପାତ୍ର ‘ବନକ’କୁ ପିଷିବା ପରେ ଏକ ଲେପ ପ୍ରସ୍ତୁତ କରି ଧରି ସିଂହାସନ ଉପରେ ମହାପ୍ରଭୁଙ୍କୁ ଲଗା ଯାଇଥାଏ।