ଖୁବ୍ ଶୀଘ୍ର ଆସୁଛି ବିଜେଡିର ପ୍ରାର୍ଥୀ ତାଲିକା

ଆଜି ବିଜେଡିରେ ମନ୍ମଥ ମିଶ୍ର ଯୋଗ ଦେଇଛନ୍ତି।

ଭୁବନେଶ୍ବରରୁ ମନ୍ମଥ, କଟକରୁ ସଂତୃପ୍ତ!

ଭୁବନେଶ୍ବର, ୨୭/୦୩/୨୦୨୪: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି ମନ୍ମଥ। ମନ୍ମଥଙ୍କ ସହ ତାଙ୍କର ଶହଶହ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ଆଗକୁ ଖୁବ ଶୀଘ୍ର ଆସିବାକୁ ଯାଇଛି ବିଜେଡିର ପ୍ରାର୍ଥି ତାଲିକା। ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଜାରି କରିନାହିଁ। ଏହାରି ମଧ୍ୟରେ ଅନ୍ୟ ଦଳରେ ଥିବା ନେତୃବୃନ୍ଦ ଟିକେଟ ଆଶାରେ ବିଜେଡିକୁ ଡେଉଁଛନ୍ତି। ଏବେ ଦେଖିବା ବାକି ରହିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ଉପରେ ସୁନା କଳସ ଢାଳୁଛନ୍ତି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ସମ୍ଭାବ୍ୟ ପ୍ରାର୍ଥି ତାଲିକାରେ ଭୁବନେଶ୍ବର ପାଇଁ ମନ୍ମଥ ରାଉତରାୟଙ୍କୁ ଏବଂ କଟକ ଆସନ ପାଇଁ ସନ୍ତୃପ୍ତ ମିଶ୍ରଙ୍କୁ ସୁଯୋଗ ମିଳିପାରେ। ନିକଟରେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ମୁଖ୍ୟ ସଂତୃପ୍ତ ମିଶ୍ର ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ।