ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

୬ଟି ଲୋକସଭା ଆସନ ପାଇଁ ଘୋଷଣା

ଭୁବନେଶ୍ବର, ୨୭/୦୩/୨୦୨୪: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଆଜି ଗୋଟିଏ ଦିନରେ ହିଁ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମେ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳରେ କିନ୍ତୁ ଅଦଳବଦଳ ଚାଲିଛି। କିଛି ନେତା ଅନ୍ୟ ଦଳରୁ ବିଜେଡିକୁ ଫେରୁଥିବା ବେଳେ ଆଉ କିଛି ବିଜେଡି ଛାଡି ଅନ୍ୟ ଦଳକୁ ଯାଉଛନ୍ତି। ଯେଉଁଥିପାଇଁ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ହଡବଡି କରୁ ନାହାନ୍ତି ବୋଲି ଜଣା ପଡୁଛି।

ନିମ୍ନରେ ଲୋକସଭା ପ୍ରାର୍ଥୀ ତାଲିକା:

ପୁରୀ- ଅରୁପ ପଟ୍ଟନାୟକ
ଯାଜପୁର- ଶର୍ମିଷ୍ଠା ସେଠୀ
ଢ଼େଙ୍କାନାଳ- ଅବିନାଶ ସାମଲ
ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ
କନ୍ଧମାଳ- ଅଚ୍ୟୁତ ସାମନ୍ତ
କଟକ – ସଂତୃପ୍ତ ମିଶ୍ର