ବିଜେଡ଼ି କରୁଛି ଅବହେଳା

ଆଜି ପୁଣି ଆଉ ଜଣେ ବିଜେଡ଼ି ନେତା ଦଳ ଛାଡିଛନ୍ତି।

ଦଳ ଛାଡିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,୩୦/୦୩/୨୦୨୪: ଏବେ ଚାଲିଛି ଦଳ ଛାଡିବା ପ୍ରତିଯୋଗିତା। ଜଣକ ପରେ ଜଣେ ଦଳ ଅଦଳବଦଳ କରୁଛନ୍ତି। ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ କିଏ ଦଳ ଛାଡୁଛନ୍ତି ତ ଆଉ କିଏ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରୁଛନ୍ତି। ଆଜି ସକାଳୁ ସକାଳୁ ବିଜେଡିକୁ ଲାଗିଛି ଏକ ଶକ୍ତ ଝଟକା। ପୁଣି ଆଉ ଜଣେ ବିଜେଡି ନେତା ଦଳ ଛାଡିଛନ୍ତି। ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରିୟଦର୍ଶୀ। ତାଙ୍କୁ ଦଳରେ ଅବହେଳା କରା ଯାଇଥିବା ଦର୍ଶାଇ ପ୍ରିୟଦର୍ଶୀ ଦଳ ଛାଡିଛନ୍ତି।

ଇସ୍ତଫା ପତ୍ରରେ ପ୍ରିୟଦର୍ଶୀ କହିଛନ୍ତି ଯେ, ଛାତ୍ର ଜୀବନରୁ ମୁଁ ବିଜେଡି ସହ ଜଡ଼ିତ ଅଛି। ୨୦୧୯ରେ ମୋତେ ଟିକେଟ୍ ଦେବାକୁ ମନା କରାଯାଇଥିଲା କିନ୍ତୁ ଦଳର ମୁଖ୍ୟ ମୋତେ ୨୦୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଶାସକ ଦଳ ଏଥର ବି ମୋ ସହ ବିଶ୍ୱାସଘାତକତା କରିଛି। ଦଳ ଦୀର୍ଘ ଦିନ ଧରି ମୋତେ ଅବହେଳା କରି ଆସୁଛି। ତେଣୁ ମୁଁ ବାଧ୍ୟ ହୋଇ ବିଜେଡି ଛାଡିଛି।