ପଦ୍ମ ଫୁଟାଇଲେ ପ୍ରିୟଦର୍ଶୀ ମିଶ୍ର

ବିଜେପିରେ ମିଶିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର।

କିଛି ଘଣ୍ଟାରେ ଦଳ ବଦଳାଇଲେ

ଭୁବନେଶ୍ବର, ୩୦/୦୩/୨୦୨୪: ବିଜୁ ଜନତା ଦଳକୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ବିଜେପି ସହ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀ ବିଜେପିରେ ଯୋଗ ଦେଇଛନ୍ତି।

ଦଳରେ କ୍ରମାଗତ ଅବହେଳା ଯୋଗୁଁ ମୁଁ ଦଳର ସଦସ୍ୟପଦରୁ ଇସ୍ତଫା ଦେଉଛି ବୋଲି ପ୍ରିୟଦର୍ଶୀ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।