ପଦ୍ମ ଧରିଲେ ଆକାଶ ଦାସନାୟକ

ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ।

କୋରେଇ ମାଟିର ଅଧୂରା ସ୍ୱପ୍ନ ପୂରଣ କରିବି: ଆକାଶ

ଭୁବନେଶ୍ବର, ୩୧/୦୩/୨୦୨୪: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ଚାଲିଛି ଦଳ ଅଦଳ ବଦଳ। ନିକଟରେ ବିଜେଡି ଛାଡିବା ପରେ ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସନାୟକ ରବିବାର ବିଜେପିରେ ଯୋଗ ଦେଇଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସମୀର ମହାନ୍ତି, ପ୍ରଦୀପ ପାଣିଗ୍ରାହୀ, ଅରିନ୍ଦମ ରାୟଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ବିଜେପିରେ ଯୋଗଦେବା ପରେ ଆକାଶ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଆହ୍ୱାନରେ ଅନୁପ୍ରାଣିତ ହୋଇ ମୁଁ ଦଳରେ ଯୋଗ ଦେଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଁ ବିଜେପିରେ ଯୋଗ ଦେଲି। କୋରେଇ ମାଟିର ଅଧୂରା ସ୍ୱପ୍ନ ପୂରଣ ପାଇଁ ବିଜେପିକୁ ଆସିଛି। ମାଆ ମାଟିର ସମ୍ମାନ ଓ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବି।”

ଆକାଶ ୨୦୧୪ ମସିହାରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଗତ କାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।