ସୁକାନ୍ତ ନାୟକଙ୍କ ଘର ବାହୁଡ଼ା

ଆଜି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଜେଡିରେ ଯୋଗ ଦେଇଛନ୍ତି।

୫ ବର୍ଷ ପରେ ବିଜେଡିକୁ ଫେରିଲେ

ଭୁବନେଶ୍ବର, ୩୧/୦୩/୨୦୨୪: ଘର ବାହୁଡିଲେ ନୀଳଗିରି ବିଧାୟକ। ଦୁଇ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ବିଜେଡିକୁ ଫେରିଛନ୍ତି ସୁକାନ୍ତ। ମିଶ୍ରଣ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରତାପ ଦେବ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଦୁଇ ଥର ନୀଳଗିରି ବିଧାୟକ ହୋଇଥିବା ସୁକାନ୍ତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସୁକାନ୍ତ ନାୟକ ୨୦୧୪ରେ ପ୍ରଥମେ ସରକାରୀ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୪ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ସେ ପୁଣି ଥରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ।