ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର

ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଘାଟିକିଆ ଚାଳ ସାହି,ବରଗଡ ଗ୍ରାମ,ବରମୁଣ୍ଡା ଗ୍ରାମ, ଭୀମପୁର ଅଞ୍ଚଳରେ ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିଛନ୍ତି।

ଅପରାଜିତାଙ୍କ ଭୋଟ ଭିକ୍ଷା

ଭୁବନେଶ୍ୱର,୧୦/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଆଜି ପ୍ରଥମେ ସକାଳୁ ଘାଟିକିଆ ଅଞ୍ଚଳର ବଗ ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ ସହ ମିଶିଥିଲେ। ତାପରେ ଘାଟିକିଆ ଚାଳ ସାହି,ବରଗଡ ଗ୍ରାମ,ବରମୁଣ୍ଡା ଗ୍ରାମ, ଭୀମପୁର ଅଞ୍ଚଳରେ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ। ବରମୁଣ୍ଡା ଗ୍ରାମରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛି। ପଦ ଯାତ୍ରା ସମୟରେ ବିଜେପିକୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି।