ସଞ୍ଜୟ ରାଓ୍ୱତଙ୍କ ଘରେ ଇଡି ଟିମ୍

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ମହାରାଷ୍ଟ୍ରରେ ସକ୍ରିୟ ହୋଇ ଉଠିଛି । ତଦନ୍ତକାରୀ ସଂସ୍ଥା ଶିବସେନାରୁ ରାଜ୍ୟସଭା ସାଂସଦ ହୋଇଥିବା ସଞ୍ଜୟ ରାଓ୍ୱତଙ୍କ ମୁମ୍ବାଇ ଭାଣ୍ଡୁପ୍ ସ୍ଥିତ ଘରେ ଚଢଉ କରିଛି । ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟ ନିଆଯାଇପାରେ । ରାଓ୍ୱତ ୧୦୩୪ କୋଟି ଟଙ୍କାର ପାତ୍ର ଚଲ୍ ଦୁର୍ନୀତି ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।

ରାଓ୍ୱତଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଇଡି ପଚରାଉଚରା କରିଥିଲା । ଏହାପରେ ଜୁଲାଇ ୨୦ ଓ ୨୭ ତାରିଖରେ ନୋଟିସ କରାଯାଇଥିଲା । କିନ୍ତୁ ସେ ନିଜ ଓକିଲଙ୍କ ଜରିଆରେ ସଂସଦ ଅଧିବେଶନ କାରଣରୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ଏହି ମାମଲାରେ ପୂର୍ବରୁ ଇଡି ତାଙ୍କର ଦାଦର ଓ ଅଲିବାଗ ସମ୍ପତ୍ତିକୁ ଆଟାଚ୍ କରିସାରିଛି ।

ଏହାପୂର୍ବରୁ ମଧ୍ୟ ଇଡି ରାଓ୍ୱତଙ୍କୁ ସମନ ଜାରି କରିଥିଲା । ସେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରଚାର କଥା କହି ସମୟ ମାଗିଥିଲେ । ମାମଲାରେ ସଞ୍ଜୟ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।