ରାଜ୍ୟ ବିଜେପିର ଆଦର୍ଶ ଆଚରଣବିଧି ଉଲଂଘନ

ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ଶାସକ ଦଳ।

ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି

ଭୁବନେଶ୍ବର, ୨୫/୦୪/୨୦୨୪: ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ଶାସକ ଦଳ। ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି।

ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ସାନରାମଚନ୍ଦ୍ରପୁର ପଂଚାୟତର ମଧୁଚୁଆଁ ଗାଁରେ ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନ ସଭା କରୁଥିବାର ଅଭିଯୋଗ ଆଣିଛି ବିଜେଡ଼ି। ନିର୍ବାଚନ ଆଚରଣବିଧି ଅନୁଯାୟୀ କୌଣସି ସରକାରୀ ସମ୍ପତି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ବିଧାୟକ ପ୍ରାର୍ଥୀ ସରକାରୀ ସମ୍ପତ୍ତି ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଏ ନେଇ ଆଜି ବିଜେଡ଼ିର ଏକ ଟିମ୍‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି।