ସୁରକ୍ଷାବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ, ଜଣେ ଆହତ

ବୌଦ୍ଧ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ବୌଦ୍ଧ,୨୫/୦୪/୨୦୨୪: ବୌଦ୍ଧ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ଦୁଇ ଜଣ ସନ୍ଦିଗ୍ଧ ମାଓବାଦୀ ନିହତ ହୋଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବୌଦ୍ଧ ଜିଲ୍ଲା ପର୍ହେଲ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ନକ୍ସଲ ନିରୋଧୀ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଦୁଇ ଜଣ ମାଓକ୍ୟାଡରଙ୍କ ମୃତଦେହ ଉଦ୍ଧାର କରିଛି। ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲଙ୍କ ସହାୟତାରେ ଆମେ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଏନକାଉଣ୍ଟର ବେଳେ ଆଉ ଜଣେ ମାଓବାଦୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବିସ୍ଫୋରକ ଓ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର ଭଳି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପ୍ରିୟଦର୍ଶୀ କହିଛନ୍ତି।