ଏନ୍ଏଚ୍-୨୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା।

ଦୁଇ ଯୁବକ ମୃତ

କେନ୍ଦୁଝର, ୨୫/୦୪/୨୦୨୪: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସଂନ୍ଧ୍ୟାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଉଭୟ ଗାଡିରେ ଥିବା ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍କୁଟିଟି ଢେଙ୍କିକୋଟରୁ ଘଟଗାଁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ରୁଟରେ ବାଇକଟି ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ଉଭୟ ସ୍ଥାନୀୟ ଟିକିରା ଗାଁର ଦେବପ୍ରସାଦ ମାଝି ଓ ସିବାନନ୍ଦ ପ୍ରଧାନ ବୋଲି ଜଣାପଡିଛି।