ବିଜେଡ଼ିରେ ଯୋଗଦେଲେ ସମ୍ବଲପୁର ଜିଲ୍ଲା କଂଗ୍ରେସର ଯୁବନେତା

ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୫/୦୪/୨୦୨୪: ସମ୍ବଲପୁର ଜିଲ୍ଲା କଂଗ୍ରେସର ଯୁବନେତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ଯୁବନେତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ
ଯୁବନେତାଙ୍କ ଯୋଗଦାନ ଫଳରେ ବିଶେଷକରି ସମ୍ବଲପୁର ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ବିଜେଡ଼ିରେ ସାମିଲ ହୋଇ ଲୋକଙ୍କ ସେବା କରିହେବ । ଯୁବ ଓ ମହିଳାବର୍ଗଙ୍କ ପାଇଁ ଅନେକ କିଛି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ସବୁଠାରୀ ଶୀର୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସାରା ଭାରତବର୍ଷରେ ୧ ନମ୍ବରରେ ପହଞ୍ଚିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ସେଲ୍ ଉପାଧ୍ୟକ୍ଷ ଆଶୁତୋଷ ସ୍ୱାଇଁ, ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବୋହିଦାର, ଏନ୍‌ଏସ୍‌ୟୁଆଇ ସମ୍ବଲପୁର ଜିଲ୍ଲା ସଭାପତି ଗିରେଶ ଚନ୍ଦ୍ର ପ୍ରୁସେଠ, ସମ୍ବଲପୁର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶେଖ ହାସିମ, ସମ୍ବଲପୁର ଜିଲ୍ଲା ଟାଉନ ସଭାପତି ସରୋଜ ବଞ୍ଚୋର, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକାଶ ବେହେରା, ନୀଳକଣ୍ଠ ମେସୁଆ, ସମ୍ବଲପୁର ଲୋକସଭା
ସୋସିଆଲ ମିଡ଼ିଆ କୋ-କୋର୍ଡ଼ିନେଟର ମୁକେଶ ନାୟକ, ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଦିବାକର
ବାଗ ବିଜେଡ଼ିରେ ସାମିଲ ହୋଇଥିଲେ।