ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

୨୮ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ନୂଆଦିଲ୍ଲୀ, ୨୬/୦୪/୨୦୨୪: ରାଜ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେପି ନଡ୍ଡା। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଓଡିଶାରେ କରିବେ ଅପିଲ। ଏ ନେଇ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ନଡ୍ଡା ବ୍ରହ୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ପରେ ନବରଙ୍ଗପୁର ଯିବେ। ସେଠାରେ ମଧ୍ୟ ନିର୍ବାଚନୀ ପ୍ରଚାର ପାଇଁ କୌଣସି ଜନ ସମାବେଶରେ ଯୋଗ ଦେଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରର ବରିଷ୍ଠ ବିଜେପି ନେତା ଅମିତ ଶାହ ଗତ ୨୫ ତାରିଖରେ ସୋନପୁର ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।