ବିଜେଡ଼ିରେ ଯୋଗଦେଲେ ଅତାବିରା ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ

ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୭/୦୪/୨୦୨୪: ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନମଣ୍ଡଳୀର ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଇଂ ଭରତ ବେହେରା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ସୁନନ୍ଦ ମେହେର ଓ ଜିଲ୍ଲା ଶ୍ରମିକ ସେଲ ସଂଯୋଜକ ଉରଗୁଲ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଅତାବିରା ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଓ ଅତାବିରା ପର୍ଯ୍ୟବେକ୍ଷକ ବିଶ୍ୱନାଥଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀମତୀ ଛୁରିଆ ଓ ଶ୍ରୀ ବିଶ୍ୱନାଥ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଅତାବିରା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀମତୀ ଛୁରିଆ ଓ ଶ୍ରୀ ବିଶ୍ୱନାଥ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଅଶ୍ୱିନ ବେହେରା, ଗୋବିନ୍ଦ ପ୍ରଧାନ, ପ୍ରଶାନ୍ତ ଅମାତ, ସୁନୀଲ ସେଠ, ବିନୋଦ ବେହେରା, ସୂର୍ଯ୍ୟ ନାରାୟଣ ମିଶ୍ର, ଇଶ୍ୱର ଧାରୁଆ, ରମାକାନ୍ତ ବିଶି, ଅଶ୍ୱିନୀ ସୁରୁଜାଲ, ଚାମରା ଦଣ୍ଡସେନା, ପ୍ରମୋଦ ଗରତିଆ, ସୁବ୍ରତ ପଟେଲ, ଯଶୋବନ୍ତ ସେଠ, ବିଦେଶ କୁମାର ଦାସ, ଚୁଡାମଣି ମହାରଣା, ସାଇଚନ୍ଦନ ମିଶ୍ର, ସିଲୁ ମିଶ୍ର, କୌଳାସ ବାଗ, ମଧୁ ଦୀପ, ଅରୁଣ ବାଗ, ଲିଲିମା ଗୁପ୍ତା, ଦୟା ସାଗର ପ୍ରଧାନ, ଦୀପକ ଦାସ, ପ୍ରକାଶ ଶଣ୍ଢ, ଚକା ପୋଢ ଓ ମାନସ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।