ବିଜେଡି କଲା ନିରାଶ

ବିଜେଡିରୁ ଇସ୍ତଫା ଦେଇ ଶ୍ରୀମୟୀ ମିଶ୍ର ବିଜେପିରେ ଯୋଗ ଦେବାର ସୂଚନା ମିଳିଛି।

ବେଗୁନିଆରୁ ବିଜେପି ପ୍ରାର୍ଥୀ ହେବେ ଶ୍ରୀମୟୀ!

ଭୁବନେଶ୍ବର, ୨୮/୦୪/୨୦୨୪: ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ବିଜେଡିରେ କୌଣସି ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଥିବା ଶ୍ରୀମୟୀଙ୍କୁ ଟିକେଟ ମିଳି ପାରିନାହିଁ। ବିଜେଡିର ଏପରି ନିଷ୍ପତ୍ତି ନେଇ ଦଳ ଛାଡି ପାରନ୍ତି ଶ୍ରୀମୟୀ। ଖବର ଅନୁଯାୟୀ ଶ୍ରୀମୟୀ ବିଜେପିରେ ମିଶିବା ପରେ ବେଗୁନିଆରୁ ବିଜେପି ତାଙ୍କୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିପାରେ।