ଦିନରେ ଲଣ୍ଠନ ଦେଖାଉଛି ଡବଲ ଇଞ୍ଜିନ, ନବୀନ ଇଞ୍ଜିନ ସେବାର ଇଞ୍ଜିନ

•ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି। •ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ନବୀନ ପଟ୍ଟନାୟକ

ବରଗଡରେ ନବୀନ ପଟ୍ଟନାୟକଙ୍କ ବିଶାଳ ସଭା, ଲୋକଙ୍କ ଭିତରେ ବିପୁଳ ଉତ୍ସାହ

ଭୁବନେଶ୍ବର, ୧୨.୦୫.୨୪: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା ସିଂ ବରିହା, ସ୍ନେହାଙ୍ଗିନି ଛୁରିଆ, ଦୀପାଳି ଦାସ, ଅଳକା ମହାନ୍ତିଙ୍କ ପାଇଁ ଭୋଟ ମାଗିଛନ୍ତି। ଏଥିପାଇଁ ଆୟୋଜିତ ବିଶାଳ ସଭାରେ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଓ ଖୁସିର ଲହର ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଲେ ଯେ ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ। ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ। ଆପଣମାନେ ଖୁସି ତ ? ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି।

ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତା ଦେଇଥିଲେ ବିପୁଳ ସମ୍ମତି। ମିଶନ ଶକ୍ତି, BSKY, ମମତା, ଲକ୍ଷ୍ମୀ, ନୂଆ-ଓ ସ୍କଲାରସିପ୍‌, କାଳିଆ, ମଧୁବାବୁ ପେନ୍‌ସନ, 5T ସ୍କୁଲ ଭଲ କି ବୋଲି ସେ ପଚାରିଥିଲେ। ସବୁଥିରେ ଲୋକ ଭରିଥିଲେ ହଁ ।

ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଦଳର ଇସ୍ତାହାର ଉପରେ ଆଲୋକପାତ କରି କହିଲେ ଯେ ଜୁଲାଇ ମାସରୁ ଆପଣମାନେ ଆଉ ଇଲେକ୍ଟ୍ରି ବିଲ୍‌ ଦେବେ ନାହିଁ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଦିନରେ ହିଁ ଦସ୍ତଖତ କରି ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ କରିବେ। ଓଡିଶାର ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ ।

ସେ କହିଲେ ଯେ ପ୍ରଧାନ ମନ୍ତ୍ରୀ ଏଠାକୁ ଆସିଥିଲେ। ଅସ୍ମିତା କଥା କହିଲେ। କିନ୍ତୁ ସମ୍ବଲପୁରୀ ଭାଷା ପାଇଁ ସେମାନେ କଣ କରିଛନ୍ତି? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ରଖିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ୫ ଥର ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର କିଛି କଲା ନାହିଁ। ଖାଲି କହି ଦେଲେ କିଛି ହୁଏ ନାହିଁ । କାମ କରି ଦେଖାଇବାକୁ ହୁଏ ।

ସେ ପୁଣି କହିଲେ ଯେ ସେତେବେଳେ କେନ୍ଦ୍ରର ବିଜେପି ସରକାର ଓ ଛତିଶିଗଡର ବିଜେପି ସରକାର, ଏ ଦୁଇ ସରକାର ମିଶି ଓଡିଶା ବିରୋଧରେ କାମ କଲେ । ମହାନଦୀରେ ଅନେକ ଡ୍ୟାମ ଓ ଆଡିବନ୍ଧ କଲେ। Central Water Commission ଏହାକୁ ବନ୍ଦ କରିବାର କଥା। କିନ୍ତୁ କଲେ ନାହି। ଆଉ ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ରହିଲେ । କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସୁପ୍ରିମ କୋର୍ଟ ଗଲେ। Tribunal ଗଠିତ ହେଲା। ତାପରେ ଯାଇ ତାଙ୍କ କାମ ବନ୍ଦ ହେଲ। ଏ ଅଞ୍ଚଳର ଜୀବନଧାରାକୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି ନବୀନ ବାବୁ ।

ମହାନ କବି ଗଙ୍ଗାଧର ମେହରଙ୍କ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ତାଙ୍କ ସ୍ମୃତି ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରି ନାହାନ୍ତି। ଟଙ୍କାଟିଏ ବି ଦେଇ ନାହାନ୍ତ। ମ୍ୟୁଜିୟମ ବା ସ୍ମୃତି ପୀଠ ଯାହା ସବୁ ହୋଇଛି, ସବୁ ମୁଖ୍ୟମନ୍ତ୍ରୀ କରିଛନ୍ତି।

ବରଗଡରେ କ୍ୟାନ୍‌ସର ହସ୍ପିଟାଲ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଏହା କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ ଏବଂ କରି କି ଦେଖାଇଲେ। ଏହାକୁ ଆହୁରି ବଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାକୁ ଓଡିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯି। By-Election ବେଳକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ ସବୁ ଆସିଥିଲେ। କ୍ୟାନସ୍‌ର ରୋଗ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କଥା ଦେଇଥିଲେ। କିନ୍ତୁ କିଛି କଲେ ନାହିଁ। ସବୁ ଭୁଲି ଗଲେ।

ବିଜେପୁର By-Election ସମୟରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ ଚାଲିବ। ପଦମ୍‌ପୁର By-Electionରେ କହିଥିଲେ ଏଠାରେ ଟ୍ରେନ ଚାଲିବ, ଷ୍ଟେସନ ହେବ। ହେଲା କି? ଆପଣମାନେ ଟ୍ରେନ ଦେଖିଲେ କି? କେବଳ ବଡ ବଡ କଥା କହିବା ଛଡା ସେମାନେ କିଛି ଜାଣନ୍ତି ନାହି।

ବରଗଡ ଲୋକସଭା କ୍ଷେତ୍ରରେ ୫ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ ସେମାନେ ଏବେ ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି। ଏହା ହେଉଛି ମହିଳା ସଶକ୍ତିକରଣ। ବିଜେପି ଏପରି କାମ ୧୦୦ ବର୍ଷରେ ମଧ୍ୟ କରିପାରିବ ନାହିଁ। କେନ୍ଦ୍ର ମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରିବା କଥା କହୁଛନ୍ତି। କିନ୍ତୁ ଆମେ ତାଙ୍କୁ ଏହା କରିବାକୁ ଦେବା ନାହିଁ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତିକୁ ପ୍ରସଙ୍ଗ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି କହିଛନ୍ତି। ତେବେ କେବଳ ନିର୍ବାଚନ ଆସିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି। MSP କଥା ମନେପଡୁଛି, Cold store ମନେ ପଡୁଛି। ସେମାନେ ୧୦ ବର୍ଷ ଧରି କ୍ଷମତାରେ ରହିଲେ । ଚାଷୀଙ୍କ କଥା ଭାବିଲେ ନାହିଁ। ଏବେ ନିର୍ବାଚନକୁ ୧୦ ଦିନ ଅଛି ସେମାନଙ୍କ ଚାଷୀଙ୍କ କଥା ମନେ ପଡୁଛି। କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ । ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି।

ସେ ପୁଣି କହିଲେ ଯେ ୨୦୧୪ରେ ଓ ୨୦୧୯ରେ ମଧ୍ୟ MSP ଦୁଇ ଗୁଣ କଥା କହିଥିଲେ, କଲେ କି ? ୧୦ ବର୍ଷ କ୍ଷମତାରେ ରହିଲେ। ଏହା ଭିତରେ ଅନେକ ଚାଷୀ ଆତ୍ମହତ୍ୟା କଲେ, ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେଲା। କିନ୍ତୁ ପ୍ରଧାନମନ୍ତ୍ରୀ କିଛି କଲେ ନାହିଁ, ସବୁ ଭୁଲି ଗଲେ।

ଏବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ solar ଜରିଆରେ ମାଗଣା ବିଜୁଳି ଦେବେ। ତାର ରହସ୍ୟ ହେଉଛି ଆପଣମାନେ ୫୦ ହଜାର ଟଙ୍କା ଜମା କରିବେ, ତା ପରେ solar panel ଲାଗିବ। ଏକ କୋଟି ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ସୁବିଧା ମିଳିବ। ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର। ଆପଣମାନଙ୍କୁ ଲଣ୍ଠନ ଦେଖାଉଥିବା ଡବଲ ଇଞ୍ଜିନ ସରକାର ଦରକାର, ନା ନବୀନ ବାବୁଙ୍କ ପରି ସରକାର ଦରକାର ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ହେଉ ନଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। BSKY ଓ ଆୟୁଷ୍ମାନ ଭାରତ ମଧ୍ୟରେ ପାର୍ଥକ୍ୟ ବୁଝାଇ ପାଣ୍ଡିଆନ କହିଲେ ଯେ ଆୟୁଷ୍ମାନ ଭାରତରେ ମାତ୍ର ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। କେନ୍ଦ୍ର ସରକାର ବୀମା କମ୍ପାନୀଙ୍କୁ ପୋଷୁଛନ୍ତି। କିନ୍ତୁ BSKYରେ ସମସ୍ତଙ୍କୁ ୫ ଲକ୍ଷ, ମା ମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ନବୀନ ସରକାର ସିଧାସଳଖ ଲୋକଙ୍କୁ ସୁବିଧା ଦେଉଛନ୍ତି। BSKY Smart Card ରେ ATM ଭଳି ସୁବିଧା ମିଳୁଛି । BSKYରେ ଓଡିଶାର ୯୦ ପ୍ରତିଶତ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ସେ କହିଥିଲେ । ସେ ପୁଣି କହିଲେ ଯେ ଆୟୁଷ୍ମାନ ଭାରତରେ ମାତ୍ର ୪୦ ଲକ୍ଷ ପରିବାର ଏହି ସୁବିଧା ପାଇବେ । କିନ୍ତୁ ଆମେ ୯୦ ଲକ୍ଷ ପରିବାରକୁ BSKY ସୁବିଧା ଦେଉଛୁ । ବାକି ୫୦ ଲକ୍ଷ ପରିବାରଙ୍କ କଣ ହେବ? ତାଙ୍କୁ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି କିଏ ଦେବ? ଯେଉ ୪୦ ଲକ୍ଷ ପରିବାର ସୁବିଧା ପାଇବେ, ସେମାନେ ହସ୍ପିଟାଲରେ ଯାଇ ୪ ଲକ୍ଷ ଖର୍ଚ୍ଚ କଲେ , ବୀମା କମ୍ପାନୀ ତାଙ୍କୁ ୨ ଲକ୍ଷ ଦେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଛିଡା ହୋଇ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି। ନିଜ ଜନ୍ମ ମାଟିରୁ ଲଢି ପାରିଲେନି। ସମ୍ବଲପୁରରୁ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି।

ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରି ସେ କହିଲେ ଯେ ଡବଲ ଇଞ୍ଜିନ ହେଉଛି ଦିନରେ ଲଣ୍ଠନ ଦେଖାଉଥିବା ଇଞ୍ଜିନ, ନବୀନ ଇଞ୍ଜିନ ହେଉଛି ସେବାର ଇଞ୍ଜିନ। ଡବଲ ଇଞ୍ଜିନରେ ୨୦୦ ଟଙ୍କା ପେନ୍‌ସନ୍‌ ମିଳୁଛି। ନବୀନ ଇଞ୍ଜିନ ୧୦୦୦ ଟଙ୍କା ପେନ୍‌ସନ୍‌ ଦେଉଛି। ତାପରେ ସେ କହିଥିଲେ ଯେ ମେ ୨୦ରେ ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ଆପଣମାନେ ଇତିହାସ ସୃଷ୍ଟି କରିବେ।

କାର୍ଯ୍ୟକ୍ରମରେ ବରଗଡ ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀଗଣ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା ସିଂ ବରିହା, ସ୍ନେହାଗିନି ଛୁରିଆ, ଦୀପାଳି ଦାସ ଓ ଅଳକା ମହାନ୍ତି ପ୍ରମୁଖ ଅଭିଭାଷଣ ରଖି ବିଜୁ ଜନତା ଦଳକୁ ଜୟଯୁକ୍ତ କରାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।