‘କଫି ୱିଥ୍ କରନ ୭’ ରେ ଅମୀରଙ୍କୁ ଥଟ୍ଟା କଲେ କରୀନା

ମୁମ୍ବାଇ: କରନ ଜୋହରଙ୍କ ପ୍ରସିଦ୍ଧ ଚାଟ୍ ଶୋ’ ‘କଫି ୱିଥ୍ କରନ୍ ୭’ ଏବେ ଚର୍ଚ୍ଚାରେ। ଏଥର ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଏହି ଶୋ’କୁ ଲୋକଙ୍କ ବହୁତ ଭଲ ପାଇବା ମିଳିଛି। ଏହି ଶୋ’ରେ ଏପର୍ଯ୍ୟନ୍ତ ଅକ୍ଷୟ କୁମାର, ସାମନ୍ଥା, ରଣଭୀର ସିଂହ, ଆଲିଆ ଭଟ୍ଟ, ବିଜୟ ଦେବରାକୋଣ୍ଡାଙ୍କ ପରି ଅନେକ ବଡ ତାରକା ନଜର ଆସିଛନ୍ତି। ଏଥି ସହିତ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ସୁପର ହିଟ୍ ହେବାକୁ ଯାଉଛି। କାରଣ ଏଥର କରନଙ୍କ ଅତିଥି ଅମୀର ଖାନ ଏବଂ କରୀନା କପୁର ହେବାକୁ ଯାଉଛନ୍ତି। ସମ୍ପ୍ରତି ଶୋ’ର ପ୍ରୋମୋ ରିଲିଜ୍ ହୋଇଛି, ଯେଉଁ କାରଣରୁ ଦର୍ଶକଙ୍କ ମଧ୍ୟରେ ନୂଆ ଏପିସୋଡକୁ ନେଇ ଉତ୍ସାହ ରହିଛି।

ଏହି ପ୍ରୋମୋ ଭିଡିଓକୁ ଶୋ’ର ହୋଷ୍ଟ କରନ ଜୋହର ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ କରୀନା ଆମୀରଙ୍କୁ କହିଛନ୍ତି, ଅକ୍ଷୟ ତାଙ୍କ ଫିଲ୍ମର ସୁଟିଂ ୩୦ ଦିନରେ ଶେଷ କରନ୍ତି, ଯେତେବେଳେ କି ଆପଣ ୧୦୦-୨୦୦ ଦିନ ନିଅନ୍ତି। ଏଥି ସହିତ କରୀନା ମଧ୍ୟ ତାଙ୍କ ଡ୍ରେସିଂ ସେନ୍ସକୁ ମାଇନସ୍ ନମ୍ବର ଦେଇଛନ୍ତି। ଯାହା ଉପରେ ଅମୀର ହସି ହସି କରନଙ୍କୁ କହିଛନ୍ତି, ଆପଣ ଯେତେବେଳେ ବି ଶୋ’ କରନ୍ତି ଅପମାନିତ କରାଯାଏ।