ବିଜେଡ଼ିରେ ଯୋଗ ଦେଲେ ଯୁବ କଂଗ୍ରେସ ନେତା ଶଙ୍କୁନର କହଁର

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ।

ଶଙ୍ଖଭବନରେ ମିଶ୍ରଣ ପର୍ବ

ଭୁବନେଶ୍ୱର, ୧୭/୦୫/୨୦୨୪: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର କଂଗ୍ରେସର ପୂର୍ବତନ ଯୁବ ସଭାପତି ଶଙ୍କୁନର କହଁରଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମାନ୍ୟବର ମନ୍ତ୍ରୀ ଏବଂ ଭୁବନେଶ୍ୱର ଏକାମ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ କୁମାର ପଣ୍ଡା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶଙ୍କୁନର କହଁରଙ୍କୁ ଡକ୍ଟରପାତ୍ର ଓ ଶ୍ରୀ ପଣ୍ଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ପଣ୍ଡା କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶଙ୍କୁନର କହଁର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଭାଗ୍ୟଶ୍ରୀ ଜେନା, ଆଦିତ୍ୟ କଂହର, ଶରତ ପ୍ରଧାନ, ଶୁଭଶ୍ରୀ ସାମନ୍ତରାୟ, ସଂଜୟ ପରିଡା, ମୁନି ଥାପ୍ପା, ରମାକାନ୍ତ ନାୟକ, ପ୍ରତ୍ୟୋଷ କଂହର, ମନୋରଂଜନ କୁଣ୍ଡୁ, ଅଭିଶେକ ଠାକୁର, ବିଶ୍ୱରଂଜନ ଦାସ, ସମରେନ୍ଦ୍ର ହାତୀ, ବିଶ୍ୱ ରଂଜନ ସ୍ୱାଇଁ, ସଂଜୟ ଜେନା, ଜିତେନ୍ଦ୍ର କୁମାର ପାତ୍ର, ପିର ରଞ୍ଜନ ସାହୁ, ବିଜୟ ମହାପାତ୍ର, ପ୍ରଶାନ୍ତ କୁମାର ରାଉତ, ବିଶାଲ ମହାପାତ୍ର, ରଂଜନ ଜେନା, ତୁଷାର କୁମାର ଜେନା, ଅରୁଣ କୁମାର ଜେନା ଓ ସନ୍ତୋଷ କୁମାର ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।