ଇସ୍ତଫା ଦେଲେ ନବୀନ

ରାଜ୍ୟପାଳଙ୍କ ହାତରେ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ।

ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ବିଦାୟ

ଭୁବନେଶ୍ବର, ୦୫/୦୬: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ଦଳର ପରାଜୟ ପରେ ରାଜ୍ଯପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ନବୀନ। ରାଜଭବନରେ ଇସ୍ତଫା ପତ୍ର ଦେବା ସମୟରେ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି।

ପରାଜୟର ସାମନା କରିନଥିବା ନବୀନ ପଟ୍ଟନାୟକ ଗତକାଲି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଓଡ଼ିଶାରେ ପରାଜିତ ହୋଇଥିଲେ। ବିଜେଡିକୁ ୫୧ ଆସନ ମିଳିନଥିବା ବେଳେ ବିଜେପିକୁ ୭୮ ଆସନ ମିଳିଥିଲା। ଯାହାଫଳରେ ଆସନ୍ତା ଦିନରେ ଓଡିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଛି।