ବନ୍ଦ ହେବ ବିଏସକେୱାଇ

ରାଜ୍ୟରେ ଆଉ କାର୍ଯ୍ୟ କରିବ ନାହିଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ।

କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ବର, ୦୫/୦୬: ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୧୪୭ ଆସନରୁ ୭୮ଟି ଆସନ ରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବୁଧବାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି।

ଖୁବଶୀଘ୍ର ସ୍ୱାସ୍ଥ୍ୟ କାର୍ଡ ବଦଳିବ ବୋଲି ମନମୋହନ ଗଣମାଧ୍ୟମକୁ କହିଛନ୍ତି। ଓଡିଶାବାସୀ ଓ ରାଜ୍ୟ ବାହାରେ ରହୁଥିବା ଦେଢ଼ ଲକ୍ଷ ଓଡିଆଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବ ବିଜେପି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ର ସୀମିତ ସୁଯୋଗ ରହିଛି। ତେଣୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ବିଏସକେୱାଇ କାର୍ଡ ତୁଳନାରେ ଏକ ବୃହତ ସୁଯୋଗ ଅଛି। ନୂଆ ସରକାର ଶପଥ ନେବା ପରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ।