ବର୍ଷାରେ ବେହାଲ ରାଜଧାନୀ

ବର୍ଷାରେ ଓଦାହୋଇ ବୁଲିଲେ ବିଧାୟକ ଓ ରାସ୍ତାରେ ଜମୁଥିବା ବର୍ଷା ପାଣିକୁ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରିଲେ।

ଭିଜିଲେ ବିଧାୟକ: ପାଣି ନିଷ୍କାସନ ପାଇଁ ବାଟ କାଢିଲେ

ଭୁବନେଶ୍ୱର,୨୬/୦୬: ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ଯାତାୟାତ ବାଧାପ୍ରାକ୍ତ ହେଉଥିଲା । ଅଚାନକ ବର୍ଷା ଫଳରେ ଭୁବନେଶ୍ୱରର ବିଭିନ୍ନ ଛକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ରାସ୍ତା ଗୁଡିକ ବୁଡିଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ପ୍ରବଳ ବର୍ଷା ଫଳରେ ୱାର୍ଡ଼ ନଂ -୪୮ ଷ୍ଟୁଆଡ଼ ସ୍କୁଲ ଛକ ସମ୍ମୁଖରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଖବର ପାଇ ସଙ୍ଗେ ସଙ୍ଗେ ଏକାମ୍ର ବିଧାୟକ ବାବୁ ସିଂ ପହଞ୍ଚି ଥିଲେ ଏବଂ ବର୍ଷା ପାଣି ନିଷ୍କାସନର ସଙ୍ଗେ ସଙ୍ଗେ ଅସ୍ଥାୟୀ ବ୍ୟବସ୍ଥା କରିଥିଲେ। ସାଙ୍ଗରେ ସିଟି ଇଞ୍ଜିନିୟର, ଜେଡିସି, ଏଜୀକୁଟ୍ଟିପ ଇଞ୍ଜିନିୟର, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ସୁଜାତା ଛୋଟରାୟ, ଲକ୍ଷ୍ମୀପ୍ରିୟା ପରିଡ଼ା, ଗୀତାଞ୍ଜଳୀ ସାହୁ, ଯଶୋଧରା ପ୍ରଧାନ,ସୁଚିତ୍ରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ, ଏକାମ୍ର ବାସୀଙ୍କ ସହ ତାଙ୍କର ସବୁ ସମସ୍ୟା ରେ ଆମେ ଛିଡ଼ା ହେବୁ ଓ ତାର ସମାଧାନ ମଧ୍ୟ କରିବୁ ଏହା ଆମର ପ୍ରତିଶ୍ରୁତି ନୁହେଁ ଆମ ପ୍ରତିଜ୍ଞା। ଆଜି ବର୍ଷା ସମୟରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲିଛି ଯେଉଁ ଯେଉଁ ସ୍ଥାନରେ ବର୍ଷା ପାଣି ଜମୁଥିଲା ତାର ଅସ୍ଥାୟୀ ସମାଧାନ କରିଲୁ ସଙ୍ଗେ ସଙ୍ଗେ ଏବଂ ସାଙ୍ଗରେ ବିଭାଗୀୟ ଅଧିକାରୀ ଥିଲେ ତାଙ୍କ ସହ ଆଲୋଚୋନ କରିଛି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଲୁ।