ଗଞ୍ଜେଇ ଚୋରା ଚାଲାଣ କରି ୪ ପୋଲିସ ନିଲମ୍ବିତ

ନିଶା ଦ୍ରବ୍ୟର ଅବୈଧ କାରବାର ଅଭିଯୋଗ

ଭୁବନେଶ୍ବର, ୨୮/୦୬: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଶୋରନଗର ଥାନା ଏଏସ୍ଆଇ ଜିତେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ମନୋଜ ନାୟକ, ଲିଙ୍ଗରାଜ ମୁଦୁଲି ଓ ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡ୍ରାଇଭର ଅଜିତ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଆଇଜି ଉମା ଶଙ୍କର ଦାଶ।

ସୂଚନାନୁସାରେ, ଅନୁଗୁଳ ଜିଲ୍ଲାର ପୋଲିସ କର୍ମଚାରୀଙ୍କ ହାତରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ କରି ନିଶା ଦ୍ରବ୍ୟକୁ ଅବୈଧ କାରବାର କରୁଥିବା ଏହି ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ପରେ ନିର୍ଦ୍ଦିଷ୍ଟ ପ୍ରମାଣ ମିଳିବା ପରେ ପ୍ରମାଣକୁ ଆଧାର କରି ଡିଆଇଜି ଉମା ଶଙ୍କର ଦାଶ ସେମାନଙ୍କୁ ନିଲମ୍ବିତ କରିଛନ୍ତି।