ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ରାଜ୍ୟସଭାରେ ବିଜେଡ଼ିର ପ୍ରତିବାଦ

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ରାଜ୍ୟସଭାରେ ପ୍ରତିବାଦ କରିଛନ୍ତି ବିଜେଡ଼ି ଓ ବିଭିନ୍ନ ବିରୋଧୀ ଦଳ।

ଗୃହରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ, ୨୮/୦୬: ନିଟ୍ ପରୀକ୍ଷାରେ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍ ଘଟଣାରେ ରାଜ୍ୟସଭାରେ ପ୍ରତିବାଦ କରିଛନ୍ତି ବିଜେଡ଼ି ସାଂସଦ। ଗୃହର ମଧ୍ୟ ଭାଗରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଆଲୋଚନା କରିବା ପାଇଁ ଦାବି କରିଥିଲେ ବିଜେଡି ସାଂସଦ ଓ ଅନ୍ୟ ବିରୋଧୀ ଦଳ। ନିଟ୍ ପରୀକ୍ଷା ପରିଚାଳନାରେ ଅନିୟମିତତା ଦେଖା ଦେଇଥିବାରୁ ରାଜ୍ୟର ଅନେକ ଛାତ୍ରଛାତ୍ରୀମାନେ ପ୍ରଭାବିତ ହୋଇଛନ୍ତି। ଯାହାକୁ ନେଇ ରାଜ୍ୟସଭାରେ ଆଲୋଚନା କରିବା ପାଇଁ ସାଂସଦମାନେ ଦାବି କରିଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେବାରୁ ଗୃହର ମଧ୍ୟଭାଗକୁ ଆସି ଏନଡିଏ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ କହିଛନ୍ତି।