ଜୁଲାଇ ୮ରେ ସରକାରୀ ଛୁଟି

ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବନ୍ଦ ରହିବ ବ୍ୟାଙ୍କ, କୋର୍ଟ

ଭୁବନେଶ୍ୱର, ୦୩/୦୭: ଆସନ୍ତା ଜୁଲାଇ ୮ ତାରିଖରେ ରଥଯାତ୍ରା ପଡୁଥିବାରୁ ରାଜ୍ୟ ସରକାର ସେହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ବ୍ୟାଙ୍କ, ରାଜସ୍ୱ ଓ ମାଜିଷ୍ଟେରିଆଲ କୋର୍ଟକୁ ଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୭ ଓ ୮ ତାରିଖରେ ରଥଯାତ୍ରା ପଡୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନ ଛୁଟି ଘୋଷଣା କରିଥିଲେ।