ରଥଯାତ୍ରାରେ ସାମିଲ ହେଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରାରେ ସାମିଲ ହେଲେ।

ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ରାଷ୍ଟ୍ରପତି

ପୁରୀ, ୦୭/୦୭: ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀରେ ପହଞ୍ଚି ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ନବୀନ ପଟ୍ଟନାୟକ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରକୁ ତାଙ୍କୁ ସ୍ୱାଗତ କରିଥିଲେ।

ସେପଟେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପହଣ୍ଡି ବିଜେରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦରପଦଳାନ ଉପରେ ଭାଇ ଦେବତାଙ୍କୁ ନିଆଯିବା ପରେ ରଥର ବିଧିବଦ୍ଧ ଛେରା ପହଁରା ନୀତି କରିଥିଲେ। ଏହା ପରେ ରଥଟଣା ଆରମ୍ଭ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେବୀ ସୁଭଦ୍ରାଙ୍କ ରଥ ଟାଣିଛନ୍ତି।