ରଥଯାତ୍ରା ବେଳେ ଅଘଟଣ

ଜଣେ ଶ୍ରଦ୍ଧାଳୁ ମୃତ, ୮ରୁ ଉର୍ଦ୍ଧ୍ୱ ଆହତ

ପୁରୀ,୦୭/୦୭: ପବିତ୍ର ତ୍ରିମୂର୍ତ୍ତିଙ୍କ ରଥଯାତ୍ରା ସମୟରେ ଘଟିଛି ଅଘଟଣ। ତାଳଧ୍ୱଜ ରଥ ଟାଣିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ତାଳଧ୍ଵଜ ରଥ ଟଣା ସମୟରେ ଅସହଜ ଅନୁଭବ କରିବାରୁ ତାଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଉକ୍ତ ଶ୍ରଦ୍ଧାଳୁଙ୍କର ପରିଚୟ ମିଳିନଥିବା ବେଳେ ସେ ବାହାର ରାଜ୍ୟର ବୋଲି ଅନୁମାନ କରାଯାଉଛି। ସେହିପରି ୮ରୁ ୧୦ ଜଣ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଛନ୍ତି। ଆହତ ଶ୍ରଦ୍ଧାଳୁଙ୍କୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଣନିଶ୍ୱାସୀ ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି।