ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ରାୟଗଡ଼ା ବିଜେପି କୃଷକ ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ

ଭୁବନେଶ୍ବର, ୧୩/୦୭: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାକୁ ପ୍ରଚାର ପାଇଁ ଆସିଥିବା ବେଳେ ସାଧାରଣ ସଭା ମାନଙ୍କରେ ଘୋଷଣା କରିଥିଲେ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀ ମାନଙ୍କୁ ଦିଆଯିବ। ନିର୍ବାଚନରେ ଓଡ଼ିଶାରେ ବିଜେପିର ବିପୁଳ ବିଜୟ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ଜୁନ୍ ୧୨ ତାରିଖ ଦିନ ଶପଥ ନେବାର ୨୪ ଘଣ୍ଟା ନପୁରୁଣୁ ମନ୍ତ୍ରୀ ମଣ୍ଡଳ ବୈଠକରେ ଖରିଫ୍ ଧାନ କିଣା ସମୟରେ ଓଡିଶାର ଚାଷୀମାନଙ୍କଠାରୁ ଧାନ କୁଇଣ୍ଟାଲ ପ୍ରତି ୩୧ ଟଙ୍କାରେ କିଣାଯିବ ବୋଲି ଘୋଷଣା କରିଥିଲେ।

ବିଜେପି କୃଷକ ମୋର୍ଚ୍ଚା ରାୟଗଡା ଜିଲ୍ଲା ତରଫରୁ ଆଜି ବିଜେପି କାର୍ଯ୍ୟାଳୟ ସଭାଗୃହରେଠାରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଏକ ବିଶାଳ ଚାଷୀ ସମ୍ମିଳନୀ କରାଯାଇଥିଲା। ରାଜ୍ୟ ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଓଡ଼ିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ପାଠ କରିବାର ୨୪ ଘଣ୍ଟା ନପୁରୁଣୁ ମନ୍ତ୍ରୀ ମଣ୍ଡଳ ବୈଠକ ଡାକି ଓଡିଶାର ଚାଷୀମାନଙ୍କୁ ଆସନ୍ତା ଖରିଫ ଧାନ କିଣା ସମୟଠାରୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଶହ ଟଙ୍କା ପ୍ରଦାନ କରାଯିବା ସହିତ ଓଡିଶାର ୫୮ଟି ସବ୍ଡ଼ିଭିଜନରେ ଶୀତଳଭଣ୍ଡାର କରାଯିବ। ସହରରେ ରହୁଥିବା ଚାଷୀମାନଙ୍କୁ ପିଏମ୍ କିସାନରେ ସାମିଲ କରାଯିବା ଓ ଉଠା ଜଳସେଚନ ଯୋଜନାକୁ ପୁନରୁଦ୍ଧାର କରିବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ବିଜେପି ଜିଲ୍ଳା ସଭାପତି ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ବିପଦ ଭଂଜନ ଦାସ, ରାଜ୍ୟ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ବରିଷ୍ଠ ବିଜେପି ନେତା ଶ୍ରୀ ରଜତ ମାଦଲା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ସୁମନ୍ତ କୁମାର ମହାରଣା, ବସନ୍ତ କୁମାର ଉଲାକା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀମତୀ ବୁଡୁ ଲକ୍ଷ୍ମୀ, ଶ୍ରୀମତୀ କେ. ଲକ୍ଷ୍ମୀ, ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।