ମାଇକ୍ରୋସଫ୍ଟ ଅଚଳ ପ୍ରଭାବ: ଅବତରଣ କରି ପାରୁନି ବିମାନ

ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟର ସର୍ଭର କ୍ରାସ ହେବା ପରେ ବହୁ ସମସ୍ୟା ସୃଷ୍ଟି ହେଉଛି।

ଇନ୍ଧନ ଥିବା ଯାଏଁ ଆକାଶମାର୍ଗରେ ଉଡିବ ବିମାନ!

ସ୍ୱିଜରଲ୍ୟାଣ୍ଡ, ୧୯/୦୭: ସାରା ବିଶ୍ୱରେ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟର ସର୍ଭର କ୍ରାସ ହେବା ପରେ ବହୁ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ବିମାନ ଚଳାଚଳ ସେବାରେ ବହୁ ମାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହି ଭିତରେ ଏକ ବଡ ଖବର ସାମନାକୁ ଆସିଛି। ସ୍ୱିଜରଲ୍ୟାଣ୍ଡର ସର୍ବବୃହତ ଅନ୍ତର୍ଜାତୀୟ ବିମାନବନ୍ଦର ଜୁରିକ୍ ବିମାନବନ୍ଦରରେ ସାଇବର ଆଟାକ ଯୋଗୁଁ ଉଡାଣ ଭରିଥିବା ବିମାନ ଅବତରଣ କରି ପାରୁନାହିଁ। ଯେପର୍ଯ୍ୟନ୍ତ ବିମାନରେ ଇନ୍ଧନ ଅଛି, ସେପର୍ଯ୍ୟନ୍ତ ଏହା ଆକାଶମାର୍ଗରେ ରହିବ ବୋଲି ସୂଚନା ମିଳିଛି। ଜୁରିକ୍ ଏୟାରପୋର୍ଟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ବିମାନ ଅବତରଣ କରିବା ସମ୍ଭବ ନୁହେଁ। ପୂର୍ବରୁ ଉଡାଣ ଭରିଥିବା ବିମାନ ଆଇଟି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅବତରଣ କରି ପାରିବ ନାହିଁ।