ପୁଣି ଅଲୋଡା ଶିଶୁ କନ୍ୟା

ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ଭଦ୍ରକ, ୨୬/୦୭: ପୁଣି ଅଲୋଡ଼ା ଶିଶୁ କନ୍ୟା। ବୁଦାମୂଳରୁ ଉଦ୍ଧାର କରାଯାଇଛି ଏକ ନବଜାତ ଶିଶୁ କନ୍ୟା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ କରଞ୍ଜମାଳାରେ ଏକ ବୁଦା ମୂଳରେ ଏକ ନବଜାତ ଶିଶୁକନ୍ୟାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୌଭାଗ୍ୟବଶତଃ ରାସ୍ତାରେ ଯାଉଥିବା ବେଳେ ଜଣେ ମହିଳା ଶିଶୁଟିର ଚିତ୍କାର ଶୁଣି ତାକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶିଶୁକନ୍ୟାକୁ ବୁଦା ନିକଟରେ କିଏ ଓ କାହିଁକି ଛାଡିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।