ସେପ୍ଟେମ୍ବର ୧୦ ଯାଏଁ ଚାଲିବ ବିଏସକେୱାଇ କାର୍ଡ

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା

ଭୁବନେଶ୍ବର, ୦୩/୦୮: ବିଜେଡ଼ି ସରକାରଙ୍କ ଲୋକପ୍ରିୟ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବି ଜାରି ରହିବ। ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ କାର୍ଡ ଚାଲୁ ରହିବ। ସେପ୍ଟେମ୍ବର ୧୦ ପରେ ବିଜେପି ସରକାରଙ୍କ ନୂଆ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଯାହା ଦ୍ୱାରା ଲୋକମାନେ ସ୍ୱାସ୍ଥ୍ୟ ସୁବିଧା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର କହିଛନ୍ତି।

ଆଗରୁ ଯେମିତି ବିଏସକେୱାଇ କାର୍ଡ ଚାଲୁଥିଲା ଏବେ ସେମିତି ଚାଲୁ ରହିବ। ସେପ୍ଟେମ୍ବର ୧୦ତାରିଖରେ ବିଧାନସଭାରେ ଅନୁମୋଦିତ ବିଲ୍ ପାରିତ ହେବ। ଏହାପରେ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ। ତା’ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।