ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ।

ଏକକାଳୀନ ୧୨ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର, ୦୫/୦୮: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି। ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ତଥା ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ସହ ଜଡ଼ିତ ୧୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ଭୋର ୪ଟା ସମୟରୁ ଆରମ୍ଭ ହୋଇଛି ରେଡ୍। ଏହି ଚଢ଼ାଉରେ ୯ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

କଟକ ବାରବାଟୀ ଷ୍ଟାଡିୟମ ପାଖରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ବର ପାଣ୍ଡରାରେ ଥିବା ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ନୟାପଲ୍ଲୀରେ ଥିବା ପ୍ରଦୀପଙ୍କ ପୁଅଙ୍କ ଔଷଧ ଦୋକାନ, ଭଦ୍ରକରେ ଥିବା ପୈତୃକ ବାସଭବନ ଓ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର ଓ ଖୋର୍ଦ୍ଧାରେ ଥିବା ଘନିଷ୍ଠ ସହଯୋଗୀଙ୍କ ଘର ଏବଂ କଟକ, ଯାଜପୁର ଓ ଖୋର୍ଦ୍ଧାରେ ଥିବା ବିଭିନ୍ନ ପ୍ଲଟରେ ଚଢ଼ାଉ ଚାଲିଛି।