ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ନିଆଯାଇଛି ନୀତିଗତ ନିଷ୍ପତ୍ତି

କଟକ: ଡାକ୍ତରୀଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମରେ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାର ପ୍ରୟୋଗ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ହୋଇସାରିଛି। ହେଲେ ସରକାରୀ କାର୍ଯ୍ୟ କିମ୍ବା ଅଦାଲତି କାର୍ଯ୍ୟରେ ଆଞ୍ଚଳିକ ଭାଷାର ସେତେଟା ପ୍ରୟୋଗ ହେଉନାହିଁ। ଯାହାକୁ ନେଇ ରାଷ୍ଟ୍ରଭାଷା ସଂସଦୀୟ କମିଟିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ କଂଗ୍ରେସ ଅଭିଯୋଗ କରିଛି, ଅମଲାତନ୍ତ୍ରୀ ମାନଙ୍କର ଚକ୍ରାନ୍ତ ପାଇଁ ରାଷ୍ଟ୍ରଭାଷାର ଗୁରୁତ୍ତ୍ୱ କମିଛି। କିନ୍ତୁ କଂଗ୍ରେସ ଶାସନ ସମୟରେ ସେପରି ହେଉନଥିଲା।

ପ୍ରଜାତନ୍ତ୍ରର ୭୫ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରଭାଷା ବ୍ଯବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। କାରଣ ରାଷ୍ଟ୍ରଭାଷା ସଂସଦୀୟ କମିଟିର ଅଧ୍ୟକ୍ଷ ଅଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ଉପାଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ସାଂସଦ ଭର୍ତ୍ତୃହରି। ଭର୍ତ୍ତୃହରି କହିଛନ୍ତି  ‘’ସମୟ ଅନୁସାରେ ଡାକ୍ତରୀ, ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାର ପ୍ରୟୋଗ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ହୋଇସାରିଛି। କିନ୍ତୁ ସରକାରୀ କାର୍ଯ୍ୟ ଏବଂ ଅଦାଲତି କାମରେ ଆଞ୍ଚଳିକ ଭାଷାର ସେଭଳି ପ୍ରୟୋଗ ହୋଇପାରୁନାହିଁ ।