ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜଙ୍କ ଦେହାନ୍ତ

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି।

ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ଝାରସୁଗୁଡ଼ା, ୧୩/୮: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡ଼ାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିଲେ ଗୋପାଳ ସାହୁ। ଦୀର୍ଘ ୨୫ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ। ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ ତାଙ୍କର ଭୂମିକା ଅତୁଳନୀୟ। କଂସ ଭୂମିକାରେ ଗୋପାଳଙ୍କ ଅଭିନୟ ଅତି ନିଖୁଣ ହୋଇଥିବାରୁ ଦୀର୍ଘ ବର୍ଷ ଧରି ତାଙ୍କୁ କଂସ ଭୂମିକାରେ ଅଭିନୟ କରିବା ଜାରି ରଖିଥିଲେ।