ନୀଳଗିରି ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍

ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ

ନୀଳଗିରି, ୧୪/୮: ନୀଳଗିରି ଉପଜିଲ୍ଲାପାଳଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ଉପଜିଲ୍ଲାପାଳଙ୍କ ପରୀକ୍ଷିତ ଜେନାଙ୍କ ନୀଳଗିରି ବ୍ଲକ ବାଲିଗୋହିରୀ ଅଞ୍ଚଳରେ ଥିବା ଭଡ଼ା ଘରେ ଓ ବାରିପଦାସ୍ଥିତ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ପ୍ରାରମ୍ଭିକ ଚଢ଼ଉରେ କାଗଜପତ୍ର ଯାଞ୍ଚ କରିବା ସହ ଏକ ବିଳାସପୂର୍ଣ୍ଣ ଏସ୍ୟୁଭି ଓ ଏକ କ୍ରୁଜ୍ ବାଇକ୍ ମିଳିଛି।

ବାରିପଦାରେ ବିଡିଓ ଥିବା ବେଳେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁଳିଆପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଓଡ଼ିଶା ଖଣିଜ ଉନ୍ନୟନ ନିଗମ ପାଣ୍ଠିର ୧ କୋଟି ୧ ଲକ୍ଷ ୩ ହଜାର ୨୧୫ ଟଙ୍କାର ଅର୍ଥ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୧୨ ଜଣିଆ ଟିମ୍ ଏହି ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୨ ଜଣ ଡିଏସପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଏସଆଇ ସାମିଲ ଅଛନ୍ତି।