ଗୁରୁବାର ସକାଳୁ ଭୟଙ୍କର ଦୁର୍ଘଟଣା: ବସ୍-ତେଲ ଟ୍ୟାଙ୍କର ମୁହାଁମୁହିଁ

୫ ମୃତ, ଅନେକ ଆହତ

ଗଞ୍ଜାମ, ୨୨/୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମରଝୋଳ ଛକ ନିକଟରେ ଏକ ତେଲ ଟ୍ୟାଙ୍କର ଏକ ଯାତ୍ରୀବାହୀ ବସ୍ ସହ ଧକ୍କା ହୋଇଥିଲା। ଯାତ୍ରୀବାହୀ ବସଟି ଭଞ୍ଜନଗରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିଲା। ରାସ୍ତାରେ ଅଟକି ଥିବା ଏକ ମାଲବୋଝେଇ ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ଟ୍ୟାଙ୍କରଟି ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ତେଲ ଟ୍ୟାଙ୍କରଟି ରାସ୍ତା କଡ଼ରେ ଥିବା ଏକ ଚା’ ଦୋକାନ ଉପରକୁ ମାଡି ଯାଇଥିଲା। ଫଳରେ ସେଠାରେ ଚା’ ପିଉଥିବା ବେଳେ ୩ ଜଣ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୨୦ରୁ ଉର୍ଦ୍ଧ୍ବ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ଥିଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ ହିଞ୍ଜିଳି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।